“ଭାରତ ନିଜ ଗୋଡ଼ରେ ଛିଡ଼ା ହେଉ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚାହାନ୍ତି । ସେ ଆତ୍ମନିର୍ଭଶୀଳତାରେ ବିଶ୍ୱାସ କରନ୍ତି । ସେ ଅନୁଗୃହୀତ ହୁଅନ୍ତି ନାହିଁ କିମ୍ବା କାହାରି ଅନୁଗ୍ରହର ବଶବର୍ତ୍ତୀ ହୁଅନ୍ତି ନାହିଁ । ମୋଦୀଙ୍କର ଖୁବଶୀଘ୍ର ଶିକ୍ଷା ଲାଭ କରିବା ଏବଂ ଗ୍ରହଣ କରିନେବାର ସୃଜନାତ୍ମକ ସ୍ୱଭାବ ରହିଛି । ଅନ୍ୟ ସାର୍ବଭୌମ ରାଷ୍ଟ୍ର ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ସେ ନୂଆ ଔଜ୍ଜଲ୍ୟ ଆଣିଛନ୍ତି । ତାଙ୍କ ନିକଟରେ ଧର୍ମଦୂତ ଭଳି ଉତ୍ସାହ ରହିଛି । ଜଣେ ଅଭିଜ୍ଞ ପ୍ରଶାସକ ଭାବେ ସେ ଅନ୍ତର୍ଜାତୀୟ ବ୍ୟାପାରରେ ଗଠନମୂଳକ ଭୂମିକା ତୁଲାଇବା ସହିତ ଭାରତର ସ୍ଥିତିକୁ ଆହୁରି ଉଚ୍ଚ କରିଛନ୍ତି । ତାଙ୍କ ନିକଟରେ ଗରିବ ଜନସାଧାରଣ ଏବଂ ଉଦ୍ୟୋଗ ଜଗତର ମାନସିକତା ବୁଝିବାର ଅସାଧାରଣ ଦକ୍ଷତା ରହିଛି ।