ଜନ୍ ଚାମ୍ବର୍ସ, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ସିଇଓ, ସିସ୍କୋ ସିଷ୍ଟମସ୍
ମୁଁ ଭାବୁଛି (ଭାରତୀୟ) ଅର୍ଥବ୍ୟବସ୍ଥା ଗତ ତିନି ବର୍ଷ ମଧ୍ୟରେ ଯାହା କରିଛି ଅବଶିଷ୍ଟ ବିଶ୍ୱ ପାଇଁ ତାହା ଏକ ଉଦାହରଣ । ମୁଁ ଭାବୁଛି ଆପଣଙ୍କ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦୀ)ଙ୍କ ଏକ ପରିକଳ୍ପନା ଏବଂ ରଣନୀତି ରହିଛି ଏବଂ ଏହାକୁ ସେ ଏପରି ତୀବ୍ରତାର ସହ କାର୍ଯ୍ୟକାରୀ କରିଛନ୍ତି, ଯେପରି ଲୋକମାନେ ଏହା ସମ୍ଭବ ବୋଲି ଭାବିପାରିନଥିବେ ଏବଂ ଭାରତର ସମ୍ପର୍କରେ ଧାରଣାରେ ପରିବର୍ତ୍ତନ ଆଣିଛନ୍ତି ଯାହା ପୂର୍ବରୁ ପ୍ରାଥମିକ ନବସୃଜନ ପାଇଁ ଅତ୍ୟନ୍ତ ମନ୍ଥର ବୋଲି ବିବେଚିତ ହେଉଥିଲା ।