ଜବାଗଲ ଶ୍ରୀନାଥ, ପୂର୍ବତନ କ୍ରିକେଟର
ଏହା ଏକ ଉତ୍କୃଷ୍ଟ ବୈଠକ ଥିଲା । ଆମେ କ୍ରୀଡ଼ା ବିଷୟରେ ଆଲୋଚନା କରିଥିଲୁ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଣି ଖୁସି ଲାଗୁଥିଲା ଯେ ବିଦ୍ୟାଳୟରୁ ହିଁ ପାଠ୍ୟକ୍ରମ ଭାବରେ କ୍ରୀଡ଼ା ରହିବା ଜରୁରୀ ତେଣୁ ଏହା ଏକ ବିଷୟ ହେବ ଏବଂ ସମସ୍ତେ କ୍ରୀଡ଼ାକୁ ଅନୁସରଣ କରିବେ । ଏଭଳି ଶବ୍ଦ ପ୍ରେରଣାଦାୟକ... ଆମେ ଭାରତରେ କ୍ରୀଡ଼ାରେ ଅଭିବୃଦ୍ଧି ଦେଖୁଛୁ । ଭାରତୀୟ କ୍ରୀଡ଼ା ପ୍ରତି ତାଙ୍କର ଏକ ମହାନ ଦୃଷ୍ଟିକୋଣ ରହିଛି ଏବଂ ଏହାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କ'ଣ କରିବା ଆବଶ୍ୟକ ସେ ବିଷୟରେ ମଧ୍ୟ ତାଙ୍କର ଜ୍ଞାନର ଗଭୀରତା ରହିଛି ।