ଏହି ନିଷ୍ପତ୍ତି ପଛରେ ଥିବା ସାହସିକତାକୁ ଦେଖି ମୁଁ ପ୍ରଭାବିତ । ଏହା ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ କିଭଳି ଭାବେ ଟିକସ ଫାଙ୍କି, ଦୁର୍ନୀତି ଏବଂ କଳାଧନ ବିରୋଧୀ ଲଢ଼େଇ ପ୍ରତି ସମର୍ପିତ । ଏହି ପଦକ୍ଷେପ ମଧ୍ୟ ଡିଜିଟାଲ୍ ବ୍ୟବସ୍ଥାକୁ ଗ୍ରହଣ କରିବା ମାଧ୍ୟମରେ ଅର୍ଥବ୍ୟବସ୍ଥାର ଆଧୁନିକୀକରଣ କରିପାରିବ । ଆମେ ଅତି ଆଗ୍ରହର ସହିତ ଏସବୁ ଘଟଣାବଳୀ ପ୍ରତି ନଜର ରଖିଛୁ । ଉଦ୍ୟୋଗୀଙ୍କ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାରେ ପୂର୍ଣ୍ଣ ସମ୍ଭାବନା ରହିଛି ଏବଂ ଆମେ ଦେଶର ଅର୍ଥନୈତିକ ବିକାଶ ଲାଗି ସରକାରଙ୍କ ସଂକଳ୍ପକୁ ସମର୍ଥନ କରୁଛୁ ।