ପ୍ରଧାନମନ୍ତ୍ରୀ ମୋଦୀ, ଭାରତରେ ସ୍ଥିର ଅଭିବୃଦ୍ଧିର ବାହକ ସାଜିଥିବା ଆପଣଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତି ସହଯୋଗ ଲାଗି ଫ୍ରାନ୍ସ ସର୍ବଦା ଆପଣଙ୍କ ପକ୍ଷରେ ଛିଡ଼ା ହୋଇଛି । ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ସ୍ମାର୍ଟ ସିଟି ଆଦି ପରିଯୋଜନା ଆପଣଙ୍କ ଦେଶର ପ୍ରମୁଖ ସମସ୍ୟାର ମୁକାବିଲା କରିପାରିବ ।