ଜିନା ରାଇମୋଣ୍ଡୋ, ଆମେରିକା ବାଣିଜ୍ୟ ସଚିବ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ବିତାଇବାର ମୋତେ ଏକ ଅବିଶ୍ୱସନୀୟ ସୁଯୋଗ ମିଳିଥିଲା । ସେ ଏକ କାରଣ ପାଇଁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା; ସେ ଦୂରଦର୍ଶୀ; ଏବଂ ଭାରତବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତାର ସ୍ତର ଅତୁଳନୀୟ । ଲୋକମାନଙ୍କୁ ଦାରିଦ୍ର୍ୟରୁ ବାହାର କରି ଭାରତକୁ ଏକ ବିଶ୍ୱ ଶକ୍ତି ଭାବରେ ଆଗେଇ ନେବା ପାଇଁ ତାଙ୍କର ଇଚ୍ଛା ବାସ୍ତବ ଏବଂ ଏହା ଘଟୁଛି ।