ଯଦି ଆପଣ ଏହି ଦିଗକୁ ଦେଖନ୍ତି, ଆଜି ହୋଇଥିବା ପ୍ରତ୍ୟେକ ଘୋଷଣା ସରକାରୀ ଉପକ୍ରମ ସହିତ ସଂଯୁକ୍ତ । ନିଯୁକ୍ତି ସ୍କିଲ୍ ଇଣ୍ଡିଆ ସହିତ ଜଡ଼ିତ, ଷ୍ଟାର୍ଟଅପ୍ ପ୍ୟାକେଜ୍ ଖୁବ୍ ଭଲ ଭାବେ ଷ୍ଟାର୍ଟଅପ୍ ଇଣ୍ଡିଆ ସହିତ ସଂଯୁକ୍ତ । ଆମେ ଖୁବ୍ ଗଭୀର ଭାବେ ଭାରତୀୟ ମାର୍କେଟକୁ ଅନୁକରଣ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କରୁଛନ୍ତି, ତା’କୁ ଆମେ ଅନୁକରଣ କରୁଛୁ - ଏବଂ ତାଙ୍କ ଏଜେଣ୍ଡାକୁ - ଖୁବ୍ ନିବିଡ଼ ଭାବେ । ସାରା ଦେଶରେ ଉଦ୍ୟୋଗଶୀଳତା ଓ ଶିଳ୍ପାୟନ ପ୍ରତି ବଢ଼ୁଥିବା ନିବେଶ ବେଶ ଉତ୍ସାହଜନକ । ଏହା ଖୁବ୍ ସ୍ପଷ୍ଟ ଭାବେ ଦେଖିହେଉଛି ଯେ ଷ୍ଟାର୍ଟଅପ ଆର୍ଥିକ ପରିବେଶ ବିସ୍ତାର ଲାଭ କରୁଛି । ଓଲା ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ସୋପାନରେ ପହଞ୍ଚିଛନ୍ତି ।