ମୁଁ କହିବାକୁ ଚାହେଁ ଯେ ସେ ବାର୍ତ୍ତାଳାପ ବିଷୟରେ ଆବଶ୍ୟକ ସୂଚନାରେ ପରିପୂର୍ଣ୍ଣ ଥିଲେ । ଆମେ ବିଶ୍ୱର ଦେଶଗୁଡ଼ିକୁ ପ୍ରଭାବିତ କରୁଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ସ୍ୱାସ୍ଥ୍ୟସେବା ଏବଂ ଚାକିରି ଉପରେ ଏହାର ପ୍ରଭାବ ଏବଂ ଭାରତ ଭଳି ଦେଶ ପାଇଁ ସୃଷ୍ଟି ହେଉଥିବା ସୁଯୋଗ ବିଷୟରେ ଆଲୋଚନା କରିଥିଲୁ । ୟୁପିଆଇ ହେଉଛି ଏକ ଚମତ୍କାର ଉଦାହରଣ ଯେ କିପରି ଭାରତ ନିଜେ କିଛି କରିପାରିବ ଏବଂ ପ୍ରକୃତରେ ଏକ ବିଶ୍ୱସ୍ତରୀୟ ଉତ୍ପାଦ ତିଆରି କରିପାରିବ ଏବଂ ବୋଧହୁଏ ଏହା ହେଉଛି ମୁଦ୍ରାର ଭବିଷ୍ୟତ ଏବଂ ତେଣୁ ଏହା ଏକ ବହୁତ ବଡ ଆରମ୍ଭ ଏବଂ ଭାରତର ଉଦ୍ଭାବନ କିପରି ବିପୁଳ ପରିମାଣର ବ୍ୟବସାୟ ବୃଦ୍ଧି କରିପାରିବ ତାହାର ଏକ ଉତ୍ତମ ଉଦାହରଣ |