ଡଃ.ମୁକେଶ ବାତ୍ରା, ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ, ଡଃ.ବାତ୍ରାସ୍ ହୋମିଓପାଥୀ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା
ଭାରତୀୟ ଏବଂ ବିଦେଶୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଉଲ୍ଲାସ ଏବଂ ଗୌରବବୋଧ ସୃଷ୍ଟି କରିଛନ୍ତି ତାହା ମୁଁ ମୋର ବିଦେଶ ଭ୍ରମଣ ସମୟରେ ଅନୁଭବ କରିପାରିଛି । ସେମାନେ ବର୍ତ୍ତମାନ ଭାରତକୁ ଅଧିକ ଆଗ୍ରହ ଏବଂ ସମ୍ମାନର ସହ ଦେଖୁଛନ୍ତି । ମୋଦୀ ମହୋଦୟ ବାସ୍ତବରେ ବିଶ୍ୱ ସମ୍ମୁଖରେ ଭାରତକୁ ସଠିକ ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଏବଂ ଏକ ନୂଆ ଅନ୍ତର୍ଜାତୀୟ ବ୍ରାଣ୍ଡ- “ବ୍ରାଣ୍ଡ ଇଣ୍ଡିଆ” ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।