“ମୁଁ ସବୁବେଳେ ତାଙ୍କର (ପ୍ରଧାନମନ୍ତ୍ରୀ ମୋଦୀଙ୍କର) ଜଣେ ପ୍ରଶଂସକ ରହିଆସିଛି, ଏପରିକି ଆଗରୁ । ମୋର ତାଙ୍କ ପ୍ରତି ସମ୍ମାନ ଦିନକୁ ଦିନ ଆହୁରି ବଢ଼ିଛି । ମୁଁ ତାଙ୍କ ଠାରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମତତ୍ପର ବ୍ୟକ୍ତିର ଗୁଣ ଦେଖିଛି । ଇତିହାସର ଏଭଳି ଏକ ଜଟିଳ ମୁହୂର୍ତ୍ତରେ ତାଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ପାଇବା ଭାରତର ସୌଭାଗ୍ୟ । ଗତ ଦୁଇ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଚିତ ଢଙ୍ଗରେ ବୃହତ ଢାଞ୍ଚାଗତ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି ଯାହା ସାରା ଦେଶର 125କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇଛି ।