ଡ. ରଶିଦ୍ ଅହମଦ୍ ବିନ୍ ଫହାଦ୍ ସ୍ୱରାଷ୍ଟ୍ର ମନ୍ତ୍ରୀ, ସଂଯୁକ୍ତ ଆରବ ଅମିରତନ୍ତ୍ର(ୟୁଏଇ)
ୟୁଏଇ ଏବଂ ଭାରତ ମହାନ ଐତିହ୍ୟ ବ୍ୟତୀତ ଶାନ୍ତି, ସୌହାର୍ଦ୍ଦ୍ୟ ଆଦି କେତେକ ମୌଳିକ ଆଦର୍ଶର ଭାଗିଦାର ହୋଇରହିଛନ୍ତି  । ଆମ ସମାଜ ଭିତରେ ଅତି ପୁରୁଣା ସମ୍ପର୍କ ରହିଛି ଏବଂ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ଏକ ନୂଆ ସମ୍ପର୍କର ଦ୍ୱାର ଖୋଲିଦେଇଛି  । ଦ୍ରୁତ ଅଭିବୃଦ୍ଧି କାରଣରୁ ୟୁଏଇ ନିବେଶକଙ୍କ ପାଇଁ ଭାରତ ଏକ ଅତ୍ୟନ୍ତ ଆକର୍ଷଣୀୟ ବଜାର  । ୟୁଏଇ ଏହାର ବିକାଶ ଦୂରଦୃଷ୍ଟିରେ ଭିତ୍ତିଭୂମି, ଶକ୍ତି ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତି ପ୍ରାଥମିକତା ଦେଉଛି ଏବଂ ଭବିଷ୍ୟତରେ ଆପୋଷ ନିବେଶ ପାଇଁ ଅନେକ ସମ୍ଭାବନାର ସୁଯୋଗ ସୃଷ୍ଟି କରିଛି  ।