ପଲ୍ ଶ୍ରୋଡର ,ସିଇଓ,ଅଷ୍ଟ୍ରେଲିଆନସୁପର
ଏହା ଏକ ଅତ୍ୟନ୍ତ ଫଳପ୍ରଦ ବୈଠକ ଥିଲା । ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଜଣେ ବହୁତ ପ୍ରଭାବଶାଳୀ ବ୍ୟକ୍ତି, ଯିଏ ବ୍ୟବସାୟକୁ ବୁଝନ୍ତି, ଯାହା ବହୁତ ଉତ୍ସାହଜନକ ମଧ୍ୟ ଅଟେ । ପ୍ରଧାନମନ୍ତ୍ରୀ ଭାରତ ପାଇଁ ତାଙ୍କର ସ୍ୱପ୍ନ ଏବଂ ତାଙ୍କର ନୈତିକତା ବିଷୟରେ କହିଥିଲେ ଯାହା ପ୍ରକୃତରେ ଏକ ଶକ୍ତିଶାଳୀ ବାର୍ତ୍ତା ଥିଲା । ଅଷ୍ଟ୍ରେଲିଆନସୁପର ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷକରି ନ୍ୟାସନାଲ ଇଣ୍ଡିଆନ ଇନଫ୍ରାଷ୍ଟ୍ରକଚର ଫଣ୍ଡ (ଏନଆଇଆଇଏଫ)ରେ ନିବେଶ କରେ ଏବଂ ଭାରତରେ ନିବେଶ କରିବାର ଆମର ଅଭିଜ୍ଞତା ବହୁତ ଭଲ ।