“ଗିର୍ ରେ ପର୍ଯ୍ୟଟନ ଅଭିଯାନ ଶୁଟିଂରେ ମୋର ପ୍ରଥମ ଦିନ । ଶୁଟିଂ ଶେଷ ହେବା ପରେ ନରେନ୍ଦ୍ର ଭାଇ ମିଃ. ବଚ୍ଚନଙ୍କ ସହିତ ଫୋନ୍ ରେ କଥା ହେଲେ ଏବଂ ମୋତେ ଲାଇନ୍ ରେ ରହିବାକୁ କହିଲେ । ମୁଁ ଫୋନ୍ ଉଠାଇଲି ଏବଂ ଭାବିଲି ସେ ବୋଧହୁଏ ଚିରାଚରିତ ଭାବେ ପଚାରିବେ ‘ଶୁଟିଂ କିପରି ଥିଲା?’ ମୁଁ ମୋ କାନକୁ ବିଶ୍ୱାସ କରିପାରିଲି ନାହିଁ, ଯେତେବେଳେ ସେ କହିଲେ ‘ମୋ ଲୋକମାନେ ଆପଣଙ୍କ ଯତ୍ନ ନେଉଛନ୍ତି ନା ନାହିଁ? ଆଗକୁ ଆହୁରି ସେ କହିଲେ, ‘ଅମିତାଭଜୀ ଦେଶ କି ଅମାନତ୍ ହୈ, ଔର ଆପ୍ ହମାରୀ ।’ ମୁଁ ନେତୃତ୍ୱ କ୍ଷେତ୍ର ପାଇଁ ଏକ ଶିକ୍ଷା ଭାବେ ସେହି ଶବ୍ଦଗୁଡ଼ିକୁ କେବେହେଲେ ଭୁଲିପାରିବି ନାହିଁ ।”