ପୀୟୂଷ ପାଣ୍ଡେ
“ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ପ୍ରଥମ ଥର ଲାଗି ତାଙ୍କ ସହ ଆଲୋଚନା କରିଥିଲି । ଗୁଜରାଟ ପର୍ଯ୍ୟଟନର ପ୍ରଚାର ପାଇଁ ଓଏଣ୍ଡଏମ୍ କୁ ବିଜ୍ଞାପନ ଏଜେନ୍ସୀ ଭାବେ ଚୟନ କରାଯାଇଥିଲା । ସେ ବ୍ୟକ୍ତିଗତ ଭାବେ ମୋତେ ସବୁ ସୂଚନା ଦେଇଥିଲେ । ସେ ଏହାର ଇତିହାସ, ଏହାର ସଂସ୍କୃତି, ଗିର ପର୍ବତ ସମ୍ପର୍କରେ ସାଧୁଙ୍କ ସମ୍ପର୍କରେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସିଂହ ଏବଂ ମଣିଷ ଏକତ୍ର ବସବାସ କରିବା ସମ୍ପର୍କରେ ସେ ମୋତେ ବିସ୍ତୃତ ଭାବେ କହିଥିଲେ । ସେ ଏମିତି କଥା ହୋଇଥିଲେ ଯେମିତି ସେ ଶହ ଶହ ବର୍ଷ ଧରି ଏଠାରେ ରହୁଛନ୍ତି... ମୋ ଏହା ଏକ ଜ୍ଞାନ ଆହରଣ କରିବାର ମୁହୂର୍ତ୍ତ ଥିଲା; ଏହା ବିଜ୍ଞତା ଏବଂ ଆବେଗର ଏକ ଶିକ୍ଷା ଥିଲା ।”