ନରେନ୍ଦ୍ର ମୋଦୀ ଜଣେ ଅସାଧାରଣ ମଣିଷ ତାଙ୍କର ସବୁଠୁ ବଡ଼ ଗୁଣ ହେଉଛି ସେ ସବୁବେଳେ ସମସ୍ୟା ଏବଂ ଅନ୍ୟାୟ ଭୋଗୁଥିବା ଲୋକମାନଙ୍କ କଥା ଶୁଣିବା ଲାଗି ଆଗ୍ରହୀ ଥାଆନ୍ତି । ମୁଁ ଯେତେବେଳେ ଏପରି କୌଣସି ମାମଲା ତାଙ୍କ ସମ୍ମୁଖରେ ଉଠାଇଛି, ତାହା ସଙ୍ଗେ ସଙ୍ଗେ ସମାଧାନ ହୋଇଛି, ଏବଂ ଏପରି ସମାଧାନ ହୋଇଛି ଯେ ନ୍ୟାୟ ମିଳିଛି ଏବଂ ଭୁଲ ଠିକ୍ ହୋଇଛି । ପ୍ରଧାନମନ୍ତ୍ରୀ ହିସାବରେ ସେ ଅନେକ ମାର୍ଗ ବଦଳାଇବା ଭଳି କାର୍ଯ୍ୟ କରିଛନ୍ତି । କେତେକ ଘଟିସାରିଛି । ଅନ୍ୟ କେତେକ ଘଟିବାକୁ ଅଛି । ତାଙ୍କର ବାସ୍ତବ ଦକ୍ଷତା ଅମଲାତନ୍ତ୍ରିକ ଅବ୍ୟବସ୍ଥାକୁ ଦୂର କରିବାରେ ଏବଂ ବାସ୍ତବ ପରିବର୍ତ୍ତନ ଆଣିବାରେ ରହିଛି । ଭାରତ ସେଥିପାଇଁ ତାଙ୍କୁ ମନେ ରଖିବ । ସବୁବେଳେ ।