ପ୍ରୀତି ପଟେଲ୍, ବ୍ରିଟେନର ମନ୍ତ୍ରୀ
ଦୁର୍ନୀତିର ମୂଳ କାରଣକୁ ନିବାରଣ କରିବା ଲାଗି ଏହା (ବିମୁଦ୍ରୀକରଣ) ଏକ ଉଚିତ୍ ପଦକ୍ଷେପ । ବହୁପରିମାଣରେ କଳାଧନ ବିଶ୍ୱରେ ପ୍ରସାରିତ ହେଉଛି ଯାହା ଆତଙ୍କବାଦ ଏବଂ ବେଆଇନ ବ୍ୟବସାୟକୁ ପାଣ୍ଠି ଯୋଗାଉଛି । ପ୍ରଧାନମନ୍ତ୍ରୀ ମୋଦୀ ସାରା ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି ଯେ ବେଆଇନ କାରବାର ଏବଂ ବ୍ୟବସାୟର ଯୁଗ ଶେଷ ହୋଇସାରିଛି  ।