ଆମେ ଭାବୁଛୁ ଆମ ଆଖି ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ବଦଳାଇଦେବେ । ଅର୍ଥନୈତିକ ଅଭିବୃଦ୍ଧି ଏବଂ ଭ୍ରଷ୍ଟାଚାର ଊନ୍ମୁଳନ ପାଇଁ ସେ ଏକାଗ୍ର ଚିତ୍ତରେ ଆଗେଇ ଯିବା ଅଭୂତପୂର୍ବ । ମୁଁ ଶ୍ରୀ ମୋଦୀଙ୍କୁ କହିଛି ସେ ଭାରତର ଲି କୁଆନ୍ ୟିଉ ହୁଅନ୍ତୁ ଯେକି ରାଷ୍ଟ୍ରରେ ପରିବର୍ତ୍ତନ ଆଣିପାରିବେ ।