ଭାରତ ଅନେକ ଭଲ ସଂସ୍କାର ହାତକୁ ନେଇଛି ଯାହା ପ୍ରାରମ୍ଭରେ କଷ୍ଟଦାୟକ ଥିଲା କିନ୍ତୁ ଏହା ଠିକଣା ଗତିରେ ଆଗକୁ ବଢ଼ିବ । ଆପଣମାନେ ଜଣେ ଏପରି ପ୍ରଧାନମନ୍ତ୍ରୀ ପାଇଛନ୍ତି ଯେ’କି ପାଶ୍ଚାତ୍ୟ ରାଜନେତାଙ୍କ ଠାରୁ ଅଧିକ ଦୂରଦୃଷ୍ଟିସମ୍ପନ୍ନ । ସେ ବିମୁଦ୍ରୀକରଣ ଭଳି କଠୋର ପଦକ୍ଷେପ ନେଲେ କିନ୍ତୁ ନିର୍ବାଚନରେ ସକାରାତ୍ମକ ସହଯୋଗ ପାଇଲେ ।