ବାବା କଲ୍ୟାଣୀ
“ତ୍ୱରିତ ନିଷ୍ପତ୍ତି ନେବା ଏବଂ ଏହାର କାର୍ଯ୍ୟକାରୀତାକୁ ଅନୁଧ୍ୟାନ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷତା ଅସାଧାରଣ । ଥରେ ଆମର ଏକ ଉତ୍ପାଦନ କାର୍ଯ୍ୟକୁ ଗୁଜରାଟର ଏକ ନୂଆ ଅଂଚଳକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ପଡ଼ିଲା ।  ମୁଁ ଶ୍ରୀ ମୋଦୀଙ୍କୁ ଏ ବିଷୟରେ ଅନୁରୋଧ କରିବାର ମାତ୍ର ଅଳ୍ପ ସମୟ ମଧ୍ୟରେ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ଆମକୁ ଏକ ନୂଆ ସ୍ଥାନ ଯୋଗାଇ ଦିଆଗଲା ଏବଂ ସମସ୍ତ ପ୍ରଶାସନିକ ପ୍ରକ୍ରିୟା ଶୀଘ୍ର ପୂରଣ କରାଗଲା । ମୋ ଜୀବନର ଅନୁଭବରୁ ମୁଁ କହୁଛି କୌଣସି ସରକାର ଏତେ ଶୀଘ୍ର ନିଷ୍ପତ୍ତି ନେବା ଏବଂ ଦକ୍ଷତାପୂର୍ଣ୍ଣ ଭାବେ ତାହାକୁ କାର୍ଯ୍ୟକାରୀ କରିବା ମୁଁ କେବେ ଦେଖିନାହିଁ  ।