ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ରାଷ୍ଟ୍ରଗୌରବ ଏବଂ ବିଶ୍ୱ ନାୟକ ଯେ’କି ଭାରତକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଛନ୍ତି । ଆମେ ତାଙ୍କୁ ରାଷ୍ଟ୍ର ଋଷି -ରାଜର୍ଷି ସମ୍ମାନ ଦେଉଛୁ... ତାଙ୍କ ଠାରେ 125 କୋଟି ଭାରତବାସୀଙ୍କ ପ୍ରତିଛବି ପ୍ରତିଫଳିତ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ଭାରତ ରୂପାନ୍ତରିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ହୋଇଛି ଏବଂ ବ୍ୟବସ୍ଥାରେ ରୂପାନ୍ତରଣ ହେଉଛି । ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଆମର ପ୍ରଧାନମନ୍ତ୍ରୀ ରହିଛନ୍ତି, ଭାରତ କେବେହେଲେ ବିଫଳ ହେବ ନାହିଁ ।