ପ୍ରଧାନମନ୍ତ୍ରୀଙ୍କ ସହ ମୋର ବାର୍ତ୍ତାଳାପ ମୋତେ ସ୍ୱାସ୍ଥ୍ୟ, ବିକାଶ ଏବଂ ଜଳବାୟୁ କ୍ଷେତ୍ରରେ ଭାରତର ଅଗ୍ରଗତି ବିଷୟରେ ପୂର୍ବ ଅପେକ୍ଷା ଅଧିକ ଆଶାବାଦୀ କରିଛି । ଭାରତ ଦେଖାଉଛି ଯେ ଯେତେବେଳେ ଆମେ ଉଦ୍ଭାବନ କ୍ଷେତ୍ରରେ ନିବେଶ କରିଥାଉ, ସେତେବେଳେ ଆମକୁ ଆଶାନୁରୂପ ଫଳ ମିଳିଥାଏ । ମୁଁ ଆଶା କରୁଛି ଯେ ଭାରତ ଏହି ପ୍ରଗତି ଜାରି ରଖିବ ଏବଂ ଏହାର ଉଦ୍ଭାବନକୁ ବିଶ୍ୱ ସହିତ ବାଣ୍ଟିବ ।