ମହାମାରୀ ସମୟରେ 20 କୋଟି ମହିଳାଙ୍କ ସମେତ ମୋଟ 30 କୋଟି ଲୋକଙ୍କୁ ଜରୁରୀକାଳୀନ ଡିଜିଟାଲ ପେମେଣ୍ଟ ପ୍ରଦାନ କରିବାରେ ଭାରତ ସଫଳ ହୋଇଛି। ଡିଜିଟାଲ ଆଇଡି ସିଷ୍ଟମ (ଆଧାର)ରେ ପୁଞ୍ଜିନିବେଶ କରି ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ସୃଷ୍ଟି କରି ଭାରତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରାଥମିକତା ଦେଇଥିବାରୁ ଏହା ସମ୍ଭବ ହୋଇପାରିଛି । ଏହା ଏକ ସ୍ମରଣ କରାଇ ଦେଉଛି ଯେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏକ ମହାନ ନିବେଶ । "