ବିଲ୍ ମାଲ୍ଡୋନାଡୋ, ମୁଖ୍ୟ ନିବେଶ ଅଧିକାରୀ – ଇକ୍ୟୁଟିଜ୍, ଏଚ୍ଏସବିସି ଗ୍ଲୋବାଲ୍ ମେନେଜମେଣ୍ଟ
ମୋଦୀ ଜଣେ ସଂସ୍କାରକ ସୁପରଷ୍ଟାର । ବିଶ୍ୱରେ ଅନ୍ୟମାନଙ୍କୁ ସେ ପଛରେ ପକାଇ ଦେଇଛନ୍ତି  । ତିନି ବର୍ଷରୁ କମ୍ ସମୟ ସେ କ୍ଷମତାରେ ଥିଲେ ବି, ଅନେକ କିଛି ହାସଲ କରିଛନ୍ତି  । ସେ ଜିଏସଟି ଏବଂ ବିମୁଦ୍ରୀକରଣ ଲାଗୁ କରି ସଫଳ ହୋଇଛନ୍ତି ଯାହା ଚମତ୍କାର ଉପଲବ୍ଧୀ  । ସ୍ପଷ୍ଟଭାବେ କହିବାକୁ ଗଲେ ଏପରି ସଂସ୍କାରରେ ସ୍ୱଳ୍ପ ଅବଧିର ପରିଣାମ ରହିଛି  । ଏହି ସମୟ ପାଇଁ ଆମକୁ ଲାଗୁଛି ଯେ ଆମେ ଏପରି ଏକ ସରକାର ପାଇଛୁ ଯେ’କି ଲମ୍ବା ଅବଧୀରେ ଯୋଜନା କରିବା ଲାଗି ଲକ୍ଷ୍ୟବଦ୍ଧ ରହିଛନ୍ତି  ।