ଭାରତ ଏବେ ବିଶ୍ୱରେ ଏକ ଉଚ୍ଚ, ଉଚ୍ଚ ସ୍ଥାନରେ ରହିଛି। ଭାରତ ବର୍ତ୍ତମାନ ଆଉ ଏକ ଲକ୍ଷ୍ୟ ହାସଲ କରିଛି, ବହୁତ ଉଚ୍ଚ; ଭାରତ ଏହା କଲା ଏବଂ ଭାରତ ତାହା କଲା । ସର୍ବପ୍ରଥମେ, ନରେନ୍ଦ୍ର ଏହା କରିଥିଲେ, ଏବଂ ତାଙ୍କ ସହିତ ଭାରତୀୟ ଲୋକ। ଏବଂ ମୁଁ ବହୁତ ଖୁସି ଏବଂ ମୁଁ କେବଳ କହୁଛି: ଅଧିକରୁ ଅଧିକ । କାରଣ ଆପଣଙ୍କ ନେତୃତ୍ୱରେ ବାର ବର୍ଷ ମଧ୍ୟରେ ଆପଣ ସଂସ୍କାର ଆରମ୍ଭ କରିଛନ୍ତି, ଆପଣ ଭିତ୍ତିଭୂମିରେ ବିନିଯୋଗ କରିଛନ୍ତି, ଆପଣ ନିଯୁକ୍ତି, ସ୍ୱାସ୍ଥ୍ୟ, କୃଷି, କଲ୍ୟାଣ, ଜୀବନର ଗୁଣବତ୍ତା, ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି ।