ବେଞ୍ଜାମିନ ନେତାନ୍ୟାହୁ, ପ୍ରଧାନମନ୍ତ୍ରୀ, ଇସ୍ରାଏଲ
ଇସ୍ରାଏଲକୁ ସ୍ୱାଗତ... ଆପ୍ କା ସ୍ୱାଗତ୍ ହୈ ମେରେ ଦୋସ୍ତ । ଆମେ ଦୀର୍ଘ ଦିନ ଧରି ଆପଣଙ୍କୁ ଅପେକ୍ଷା କରି ରହିଥିଲୁ । ଆମେ ଭାରତକୁ ଭଲ ପାଉ... । ମନେ ପକାନ୍ତୁ ମିଳିତ ଜାତିସଂଘରେ ପ୍ରଥମ ଥର ପାଇଁ ଆମେ ପରସ୍ପରକୁ ଭେଟିବା ସମୟରେ ଆପଣ କ’ଣ କହିଥିଲେ- ଭାରତ ଏବଂ ଇସ୍ରାଏଲ ସମ୍ପର୍କ କଥା ଆସିଲେ, ଆକାଶର କୌଣସି ସୀମା ନାହିଁ  । କିନ୍ତୁ ଏବେ, ପ୍ରଧାନମନ୍ତ୍ରୀ, ମୋତେ କହିବାକୁ ଦିଅନ୍ତୁ- ଆମେ ମହାକାଶରେ ମଧ୍ୟ ପରସ୍ପରକୁ ସହଯୋଗ କରୁଛୁ । ଆପଣ ଜଣେ ମହାନ ବିଶ୍ୱ ନେତା... ଆମେ ଉଭୟ ମିଶି ଆହୁରି ଅଧିକ ଏବଂ ଆହୁରି ଭଲ କରିପାରିବା (ଭାରତ-ଇସ୍ରାଏଲ ସମ୍ପର୍କ ପାଇଁ) ।