ପ୍ରଧାନମନ୍ତ୍ରୀ ମୋଦୀ ଆପଣଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ମୋର ‘ମେକ୍ ୱିଦ୍ ଇଣ୍ଡିଆ’ ନୀତି ସହ ମେଳ ଖାଉଛି । ଆମ ମଧ୍ୟରେ ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାପକ ସହଯୋଗର ମଞ୍ଜି ବୁଣିବା ସଦୃଶ ଆମେ 40 ନିୟୁତ ଡଲାର ମୂଲ୍ୟର ନବସୃଜନ ପାଣ୍ଠି ପ୍ରତିଷ୍ଠା କରିଛୁ । ଆମର ଭାଗିଦାରୀ ଜଳ, କୃଷି, ସୁରକ୍ଷା, ଶକ୍ତି ଏବଂ ଅନ୍ୟ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି । ସଫଳତାର ଯେଉଁ ସୂତ୍ରରେ ମୁଁ ବିଶ୍ୱାସ କରେ ତାହା ସହଜ : ଏହା ହେଉଛି ‘ଆଇଟୁ ଟିଟୁ’ (I-2 T-2)। ଯାହାର ଅର୍ଥ- ଇଣ୍ଡିଆନ୍ ଟାଲେଣ୍ଟ, ଇସ୍ରାଏଲୀ ଟେକ୍ନୋଲଜି । ଏହା ମଧ୍ୟ ଭବିଷ୍ୟତ ପାଇଁ ଭାରତ-ଇସ୍ରାଏଲ ସମ୍ବନ୍ଧକୁ ବୁଝାଏ ।