“ଏହି ଗତ (ଦୁଇ) ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ସବୁଠୁ ପ୍ରଭାବଶାଳୀ ପରିବର୍ତ୍ତନ ଯାହା ମୁଁ ଦେଖିପାରିଛି ତାହା ହେଉଛି ବିଶ୍ୱ ଅର୍ଥନୈତିକ ପ୍ରେକ୍ଷାପଟରେ ଆମେ ଆମର ନ୍ୟାଯ୍ୟ ସ୍ଥାନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିପାରିଛୁ । ମେକ୍ ଇନ୍ ଇଣ୍ଡିଆ ବିଚାର ଆମ ପାଇଁ ଏହି ସ୍ଥାନ ସୁନିଶ୍ଚିତ କରିଛି । ବିଶ୍ୱ ସମୁଦାୟ ନିକଟରେ ପହଞ୍ଚିବାରେ ତାଙ୍କର ଅବିରାମ ଉଦ୍ୟମ ଯୋଗୁ ସେ ଭାରତକୁ ଅନ୍ତର୍ଜାତୀୟ କୁଟନୀତିରେ ସମ୍ମାନଜନକ ସ୍ଥାନ ଦେଇଛନ୍ତି; ଏବଂ ତାହାପୁଣି ଆତ୍ମ ସମ୍ମାନ ଏବଂ ଆତ୍ମଗୌରବ ରକ୍ଷା କରି । ଏବେ ଆମ ସମୟ ଆସିଯାଇଛି ଏବଂ ଅନ୍ୟ କେହି ଭାରତର ଏତେ ଭଲ ଭାବେ ନେତୃତ୍ୱ ନେଇପାରିବେ ନାହିଁ ।”