ମହାମହିମ ସୁଲତାନ ଅହମ୍ମଦ ବିନ୍ ସୁଲେୟମ୍ ,ଡିପି ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ସିଇଓ
ଉପଭୋକ୍ତା ବଜାର ପାଇଁ ଉତ୍ପାଦନ କ୍ଷେତ୍ରରେ, ନିକଟତର ହେବା ପାଇଁ ଭାରତ ଠାରୁ ଭଲ ସ୍ଥାନ ଆଉ କିଛି ନାହିଁ । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପ 'ମେକ୍ ଇନ୍ ଇଣ୍ଡିଆ' ପ୍ରକୃତରେ ବିଶ୍ୱ ପାଇଁ କାମ କରୁଛି। ଦେଶର ସଡ଼କ ଓ ରେଳପଥର ସମ୍ପ୍ରସାରଣ ହେବା ସହ କ୍ଷମତା ଓ ଦକ୍ଷତା ବୃଦ୍ଧି ପରିଲକ୍ଷିତ ହେଉଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବନ୍ଦର ନିକଟରେ ଥିବା ଶିଳ୍ପ ପାର୍କ ଏବଂ ମୁକ୍ତ ବାଣିଜ୍ୟ ଜୋନ୍ ଭାରତର ବାଣିଜ୍ୟ ଗତି ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।