ମାର୍କ ବଲ୍ଲା, ପ୍ରସିଦ୍ଧ ଚେଞ୍ଜମେକର
ଆମେ ଗୋଟିଏ ଜିନିଷ ବିଷୟରେ କଥା ହୋଇଥିଲୁ ଯାହା ପାଇଁ ତାଙ୍କର ଏବଂ ମୋର ବହୁତ ଉତ୍ସାହ ଅଛି, ତାହା ହେଉଛି 'ସ୍ୱଚ୍ଛତା'। 'ସ୍ୱଚ୍ଛ ଭାରତ ଅଭିଯାନ' ବିଷୟରେ ଆପଣ ଜାଣନ୍ତି! ଶ୍ରୀ ମୋଦୀ ବିଶ୍ୱସ୍ତରରେ ପରିମଳ କ୍ଷେତ୍ରରେ ଏକ ନମ୍ବର ପରିବର୍ତ୍ତନକାରୀ । ନିଶ୍ଚୟ! ଏକ ନମ୍ବର; ଆଉ ଏହି କ୍ଷେତ୍ରରେ ଆଉ କେହି ତାଙ୍କ ଆଖପାଖରେ ନାହାନ୍ତି। ମୁଁ କୌଣସି ରାଜନୈତିକ ବ୍ୟକ୍ତି ନୁହେଁ କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଏହାର ସାମାଜିକ ପ୍ରଭାବ ପରିପ୍ରେକ୍ଷୀରେ କହିବି କି ବିଶ୍ୱର କୌଣସି ମଧ୍ୟ ପ୍ରୟାସ ବିଶ୍ୱର ସର୍ବବୃହତ ପରିମଳ ଭିତ୍ତିଭୂମି କାର୍ଯ୍ୟକ୍ରମ 'ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ' ପରି ବ୍ୟାପକ ନୁହେଁ । ଆପଣ ଜାଣନ୍ତି ଯେ ଭାରତରେ ଏହି ପ୍ରସଙ୍ଗ ପାଇଁ ସାମାଜିକ ଏବଂ ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିବାରେ ମୋଦୀଙ୍କ ପ୍ରଭାବ ଅତୁଳନୀୟ ଏବଂ ତାଙ୍କର ସାମାଜିକ ପ୍ରଭାବ ଅତୁଳନୀୟ । ଗତ 15-20 ବର୍ଷ ମଧ୍ୟରେ ମୁଁ ଆପଣଙ୍କ ଦେଶ ଗସ୍ତରେ ଆସିବା ପରଠାରୁ ଭାରତରେ ଘଟିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟରୁ ଏହା ଅନ୍ୟତମ ।