ମାର୍କ ମୋବିଅସ୍, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଇମର୍ଜିଂ ମାର୍କେଟ୍ସ ଗ୍ରୁପ୍
ମୁଁ ଭାବୁଛି ଭାରତରେ ଆମେ ଏକ ଭଲ ବଜାର ଦେଖିବାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଉଥିବା ସଂସ୍କାରମୂଳକ ପଦକ୍ଷେପ । ପ୍ରଥମତଃ ଟିକସ ନିୟମ ପରିବର୍ତ୍ତନ ହେଉଛି ଏବଂ ଏହା ଏକ ବୃହତ ଓ ବ୍ୟାପକ ସଫଳତା । ସେ ନିର୍ବାଚନ (ରାଜ୍ୟଗୁଡ଼ିକରେ ଅନୁଷ୍ଠିତ)ରେ ସଫଳତା ଲାଭ କରିବାର ଅର୍ଥ ହେଉଛି ସେ ଏପରି ସଂସ୍କାର ଜାରି ରଖିବା ଲାଗି ଜନତାଙ୍କ ବିଶ୍ୱାସଭାଜନ ହେବାରେ ସଫଳ ହୋଇଛନ୍ତି  ।  ଏହି ଯାତ୍ରାକୁ ଆଗେଇ ନେବାରେ ଏଗୁଡ଼ିକ ହିଁ ପ୍ରମୁଖ କାରଣ । ବିମୁଦ୍ରୀକରଣ ମୋଦୀଙ୍କୁ ଦୁର୍ବଳ କରିଦେବ ବୋଲି ମୋର ଚିନ୍ତା ଥିଲା; କିନ୍ତୁ ବାସ୍ତବରେ ତାହା ହେଲା ନାହିଁ । ତାହାକୁ ସେ ସଫଳତାପୂର୍ବକ ମୁକାବିଲା କରିନେଲେ । ମୁଁ ଭାବୁଛି ତାଙ୍କର ଯାତ୍ରା ଶେଷ ପର୍ଯ୍ୟନ୍ତ ଜାରି ରହିବ ।