ମାର୍କ ୱେଇନବର୍ଗର, ଅଧ୍ୟକ୍ଷ, ଇୱାଇ
ସାରା ବିଶ୍ୱ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ଉନ୍ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିସନ୍ଦେହରେ ଭାରତର ଆଭିମୁଖ୍ୟକୁ ପରିବର୍ତ୍ତନ କରୁଛନ୍ତି  । ତାଙ୍କ ସରକାର ଏପରି ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି ଯାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ବ୍ୟାପକ ଭାବେ ସୁଧାରିବ  । ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଠାରୁ ଆରମ୍ଭ କରି ଗ୍ରାମୀଣ ଲୋକମାନଙ୍କ ପାଇଁ ଅଧିକ ସମ୍ପତ୍ତି ସୃଷ୍ଟି କରିବା, ପୁଣି ଜିଏସଟି ଭଳି ଐତିହାସିକ ଟିକସ ଢାଞ୍ଚା କାର୍ଯ୍ୟକାରୀ କରିବା ଭଳି ସ୍ମରଣୀୟ ପଦକ୍ଷେପ ନିଆଯାଇଛି  ।