ବର୍ତ୍ତମାନ ବିଶ୍ୱରେ ଭାରତ ଏକ ଶ୍ରେଷ୍ଠ ନିବେଶ ଲକ୍ଷ୍ୟସ୍ଥଳୀ । ଏଥିପାଇଁ ଏହାର ସ୍ଥିର ଅର୍ଥବ୍ୟବସ୍ଥା ଏବଂ କମ୍ ମୁଦ୍ରାସ୍ଫୀତି ବ୍ୟତୀତ ବସ୍ତୁ ଏବଂ ସେବା ଟିକସ (ଜିଏସଟି) ପ୍ରଚଳନ ଏବଂ ନୂଆ ଦେବାଳିଆ ନିରୋଧୀ ଆଇନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିମୁଦ୍ରୀକରଣ, ଯାହା ସାମୟିକ ଭାବେ ଅଭିବୃଦ୍ଧିକୁ ପ୍ରଭାବିତ କରିଛି, ତାହା ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ସହ ନଗଦବିହୀନ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଯୋଗାଇବ ।