ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ବେଶ୍ ଫଳପ୍ରଦ ଥିଲା ଏବଂ ଆମ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଉଚିତ ମାର୍ଗ ବିଷୟରେ ଆଲୋଚନା କରିବାର ସୁଯୋଗକୁ ମୁଁ ଗ୍ରହଣ କରିଥିଲି । ଭାରତ ସରକାର ଏବଂ ଶିଳ୍ପ ଜଗତ ସହିତ ଭାଗିଦାରୀରେ କାମ କରିବା ଲାଗି ଲକହିଡ୍ ମାର୍ଟିନର ଏକ ଇତିହାସ ରହିଛି । ଆମେ ଉତ୍ପାଦ ଏବଂ ପ୍ରଯୁକ୍ତି ଯୋଗାଇ ଦେଇଛୁ ଯାହା ଭାରତ ଏବଂ ସ୍ଥାନୀୟ ଅଂଚଳର ସୁରକ୍ଷାରେ ସହାୟକ ହୋଇଛି, ଯେତେବେଳେ କି ଆମେରିକା ଏବଂ ଭାରତର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି ।