ଲୁଲା ଡା ସିଲଭା, ବ୍ରାଜିଲର ରାଷ୍ଟ୍ରପତି
ମୁଁ ଭାରତର ପ୍ରଧାନମନ୍ତ୍ରୀ @narendramodi ଙ୍କୁ ନିରନ୍ତର ବିକାଶ, ଅସମାନତା ଦୂର କରିବା ଏବଂ ଆମ ଦେଶ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାରେ ସଫଳ ତୃତୀୟ ପାଳି କାମନା କରୁଛି । ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅନ୍ୟାୟର ମୁକାବିଲା ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇରେ ବ୍ରାଜିଲ ଓ ଭାରତ ସହଯୋଗ କରନ୍ତି। ଆମେ ବ୍ରାଜିଲରେ ଜି-20 ଏବଂ ଆଇବିଏସଏ ଶିଖର ସମ୍ମିଳନୀରେ ସାକ୍ଷାତ କରିବୁ ଏବଂ ଏକାଠି କାମ ଜାରି ରଖିବୁ ।