“ମହାନ ପ୍ରତିଶ୍ରୁତି ସହିତ ଏକ ନବପ୍ରଭାତର ଅଭ୍ୟୁଦୟ ହୋଇଥିଲା 26 ମେ 2014ରେ ଯେତେବେଳେ ନରେନ୍ଦ୍ର ମୋଦୀ ଆପ ମହାନ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ । ଏହା ସାରା ଦେଶ ପାଇଁ ଆଉ ଏକ ଉଲ୍ଲାସପୂର୍ଣ୍ଣ ଅଭିଜ୍ଞତା ଥିଲା । ତାଙ୍କର ନିର୍ମଳ, ଦୁର୍ନୀତିମୁକ୍ତ ଛବି ଏବଂ ପ୍ରମାଣିତ ପ୍ରଶାସନିକ ଦକ୍ଷତା ଆମ ସମସ୍ତଙ୍କୁ ଅଧିକ ଆଶା ସହିତ ଅନୁପ୍ରାଣିତ କରିଥିଲା ।”