7.4 ପ୍ରତିଶତ ଅଭିବୃଦ୍ଧିର ଦୃଢ଼ ଦୃଷ୍ଟିକୋଣ ସହିତ ବଜେଟରେ ଦୃଢ଼ ରାଜକୋଷୀୟ ଶୃଙ୍ଖଳାକୁ ପ୍ରତିଫଳିତ କରାଯାଇଛି, ଯାହା 2025-26 ସୁଦ୍ଧା ରାଜକୋଷୀୟ ନିଅଣ୍ଟକୁ ଜିଡିପିର 4.5 ପ୍ରତିଶତରୁ କମ କରିବା ଲାଗି 2021-22ରେ କରାଯାଇଥିବା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇଛି। ବିକାଶ, ବିରାସତ୍ ଓ ବିଶ୍ୱାସକୁ ସନ୍ତୁଳିତ କରି ଏବଂ ସମାଜର ସବୁ ବର୍ଗକୁ ସ୍ପର୍ଶ କରି ବଜେଟରେ ପ୍ରମୁଖ ଅଭିବୃଦ୍ଧି ଚାଳିତ କ୍ଷେତ୍ରଗୁଡ଼ିକୁ ପୁନର୍ଜୀବିତ କରିବା ସହିତ ପ୍ରତ୍ୟେକ ପରିବାର, ସମୁଦାୟ ଏବଂ କ୍ଷେତ୍ର ପାଇଁ ସୁଯୋଗ ଏବଂ ଅତ୍ୟାବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇଛି । ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଦୃଢ ଭାବରେ ଯୋଡ଼ି ହୋଇଛି ।