ମୁଁ ମାନନୀୟ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜୀଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି । ସେ 2047 ସୁଦ୍ଧା ବିକଶିତ ଭାରତ ଆଡକୁ ଭାରତର ଯାତ୍ରାକୁ ମାର୍ଗଦର୍ଶନ କରୁଥିବା ଏକ ପ୍ରଗତିଶୀଳ ତଥା ବ୍ୟାପକ ରୋଡମ୍ୟାପ #ViksitBharatBudget ଉପସ୍ଥାପନ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳ ଉପରେ ବିଶେଷ କରି ଭିତ୍ତିଭୂମି, ଯୋଗାଯୋଗ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ନୂତନ ଭାବେ ଗୁରୁତ୍ୱ ଦିଆଯିବା ଏହି ଅଂଚଳକୁ ପୂର୍ବାଞ୍ଚଳର ଏକ ଜୀବନ୍ତ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବା ଲାଗି ସରକାରଙ୍କ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି ।