ପବିତ୍ର ମାଘ ପୂର୍ଣ୍ଣିମା ଏବଂ ସନ୍ଥ ଗୁରୁ ରବିଦାସ ଜୀଙ୍କ ଜୟନ୍ତୀର ପବିତ୍ର ଅବସରରେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharamanoffc ଜୀଙ୍କ ଦ୍ୱାରା ଉପସ୍ଥାପିତ 'କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭' କୁ ମୁଁ ସ୍ୱାଗତ ଜଣାଉଛି। ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ବିକଶିତ ଭାରତ ଗଠନ ଦିଗରେ ଏକ ଦୂରଦର୍ଶୀ ରୋଡମ୍ୟାପ୍। ଏକ ସର୍ବସମାବେଶୀ ଅର୍ଥନୀତିର ପରିକଳ୍ପନା ସହ ଏହା ଯୁବପିଢ଼ିଙ୍କ ପାଇଁ ଅସରନ୍ତି ସୁଯୋଗ, କୃଷକଙ୍କ ପାଇଁ ସୁରକ୍ଷା କବଚ, ମଧ୍ୟବିତ୍ତଙ୍କ ପାଇଁ ଆଶ୍ୱସ୍ତି ଏବଂ ଉଦ୍ୟୋଗୀଙ୍କ ପାଇଁ ପ୍ରୋତ୍ସାହନର ଏକ ନୂତନ ବାତାବରଣ ସୃଷ୍ଟି କରିଛି। "ବିକାଶ ସହ ବିରାସତ" ମନ୍ତ୍ରକୁ ଆଧାର କରି ଏହି ବଜେଟ୍ ନବସୃଜନ, ଉତ୍ପାଦନ ଏବଂ ଜ୍ଞାନ ପରମ୍ପରା ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ରକ୍ଷା କରିବାରେ ସମର୍ଥ ହୋଇଛି।