ଶ୍ରୀ ଶ୍ରୀ ରବିଶଙ୍କର, ଆଧ୍ୟାତ୍ମିକ ଗୁରୁ
କଳାଧନ, ଦୁର୍ନୀତି ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଆମ ପ୍ରଧାନମନ୍ତ୍ରୀ ଏକ ମହାନ ପଦକ୍ଷେପ ନେଇଛନ୍ତି ବୋଲି ମୁଁ କହିବି । ସାଧାରଣ ଲୋକଙ୍କ ପାଇଁ ଏହା ଏକ ଆଶ୍ୱସ୍ତି ଆଣିବ କାରଣ ଏହାଦ୍ୱାରା ଅର୍ଥନୈତିକ ସମାନତା ଏବଂ ଯୁବପିଢ଼ି ପାଇଁ ଏକ ଉତ୍ତମ ସମ୍ଭାବନା ରହିବ । ଏପରି ସାହସିକ ପଦକ୍ଷେପ ନେଇଥିବାରୁ ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି । ଏହି ନିଷ୍ପତ୍ତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି କିନ୍ତୁ ଦୀର୍ଘ ଅବଧି ଲାଗି ଏହା ଆମ ଦେଶ ପାଇଁ ଭଲ ।