“ଆମ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶହେ କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କ ଆଶା ଆକାଂକ୍ଷାର ଭାର ପ୍ରତିଦିନ, ପ୍ରତି ଘଣ୍ଟା ଏବଂ ପ୍ରତି ମିନିଟରେ ବହନ କରିଚାଲିଛନ୍ତି । ତେବେ ସେ ଆଶ୍ୱସ୍ତ ହୋଇ ନିଜ କାର୍ଯ୍ୟର ଚାପ ବହନ କରିଚାଲିଛନ୍ତି ଏବଂ ଦେଶ ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏକନିଷ୍ଠ ଭାବେ ସମର୍ପିତ ଅଛନ୍ତି ।”