“ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ବିଜିନେସ୍ ଷ୍ଟାଣ୍ଡାର୍ଡର ସମ୍ପାଦକ ଥିଲି, ସେ ସମୟରେ ମୁଁ ଥରେ ତାଙ୍କ ସହିତ କଥା ହେବାର ସୁଯୋଗ ପାଇଛି । ପାଖାପାଖି ଏକ ଘଣ୍ଟା ଧରି ଶ୍ରୀ ମୋଦୀ ଗୁଜରାଟ ଅର୍ଥବ୍ୟବସ୍ଥା ଏବଂ ସମାଜର ବିଭିନ୍ନ ଦିଗ ବିଷୟରେ ଆଲୋଚନା କଲେ ଏବଂ ତାଙ୍କର ଭବିଷ୍ୟତ ଯୋଜନା କଥା କହିଥିଲେ । ତାଙ୍କ ପାଖରେ ଥିବା ବିପୁଳ ତଥ୍ୟ ଏବଂ ବିବରଣୀ ଏବଂ ବିକାଶର ପ୍ରାଥମିକା ଓ ଆହ୍ୱାନର ମୁକାବିଲା କରିବା ଲାଗି ତାଙ୍କର ବୁଝାମଣା ଦେଖି ମୁଁ ଗଭୀର ଭାବେ ପ୍ରଭାବିତ ହୋଇଥିଲି । 2014 ନିର୍ବାଚନ ପ୍ରଚାରରେ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ମୁଁ ସ୍ୱାଗତ କରିଥିଲି ।”