“ପ୍ରଧାନମନ୍ତ୍ରୀ ଭାବେ ସେ ଗସ୍ତ କରୁଥିବା ପ୍ରାୟତଃ ସବୁ ଦେଶରେ ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରଚାର କରୁଛନ୍ତି । ସାଂସ୍କୃତିକ ଭାବେ ସମୃଦ୍ଧ ଓଡ଼ିଶା, ଯାହା ପ୍ରଭୁ ଜଗନ୍ନାଥଙ୍କ ପୁରୀଧାମକୁ ନେଇ ଗର୍ବ କରିଥାଏ, ତା’ର ଜଣେ କଳାକାର ଭାବେ ମୋର ବିଶ୍ୱାସ ଯେ ଆମ ପ୍ରଧାନମନ୍ତ୍ରୀ ସାରା ଦେଶର ପ୍ରତିଭାଶାଳୀ କଳାକାରମାନଙ୍କୁ ପ୍ରୋତ୍ସାହିତ କରିଚାଲିବେ । ତାଙ୍କ ଅଭିନବ ଏବଂ ପ୍ରଭାବଶାଳୀ ଅଭିଯାନ ଯେପରିକି ସ୍ୱଚ୍ଛ ଭାରତ, ବେଟୀ ବଚାଓ ବେଟୀ ପଢ଼ାଓ ଆଦି ସାଧାରଣ ଲୋକଙ୍କ ହୃଦୟକୁ ଛୁଇଁଛି । ମୋର ସୌଭାଗ୍ୟ ଯେ ଏହି ବାର୍ତ୍ତା ମୁଁ ଅନେକ ସମୟରେ ମୋର ବାଲୁକା କଳା ଜରିଆରେ ପ୍ରଚାର କରିପାରିଛି ।”