ଏହି ବଜେଟ୍ କ୍ଲିନିକାଲ୍ ଗବେଷଣା ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ଭାରତର ସ୍ଥିତିକୁ ମଜବୁତ କରିଛି । ବାୟୋଫାର୍ମା ଶକ୍ତି (ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଉନ୍ନତି ପାଇଁ ରଣନୀତି) ପଦକ୍ଷେପ, 1,000 ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଭାରତୀୟ କ୍ଲିନିକାଲ୍ ପରୀକ୍ଷଣ ସାଇଟର ଏକ ନେଟୱାର୍କ ସୃଷ୍ଟି କରିବାକୁ ପରିକଳ୍ପନା କରିଛି, ଉଚ୍ଚ-ମୂଲ୍ୟର ସେବା ରପ୍ତାନିକୁ ପ୍ରୋତ୍ସାହିତ କରିବ ଏବଂ ଦକ୍ଷତା ବିକାଶ, ଜ୍ଞାନ ସ୍ଥାନାନ୍ତର ଏବଂ ଅଭିନବ ଚିକିତ୍ସାର ଶୀଘ୍ର ଉପଲବ୍ଧତାକୁ ଆଗେଇ ନେବ ।