ସ୍ୱପ୍ନିଲ କୁସାଲେ,  ଶୁଟର ତଥା ଅଲିମ୍ପିକ୍ ପଦକ ବିଜେତା
“ଯେତେବେଳେ ମୁଁ ପଦକ ଜିତିଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଫୋନ୍ କରିଥିଲେ ଏବଂ ତାଙ୍କର ପ୍ରଥମ ଶବ୍ଦ ମରାଠୀଭାଷାରେ ଥିଲା, ଯାହା କି ମୋର ମାତୃଭାଷା। ଏହା ଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବହୁତ ବଢିଥାଏ । ଲାଗୁଛି ଆମ ସମଗ୍ର ଦେଶ ଆମକୁ ସମର୍ଥନ କରୁଛି।” “ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଯେତେବେଳେ ଆମେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଘରେ ଭେଟିଥିଲୁ, ସେତେବେଳେ ମୁଁ ଶେଷ ଧାଡ଼ିରେ ବସିଥିଲି। ମୁଁ ଜାଣିନଥିଲି, କିନ୍ତୁ ସେ ତଥାପି ମୋତେ ଦେଖିଥିଲେ । ପ୍ୟାରିସରେ ପଦକ ଜିତିବା ପରେ ଯେତେବେଳେ ଆମେ ଫୋନରେ କଥା ହୋଇଥିଲୁ, ସେତେବେଳେ ସେ ମନେ ପକାଇଥିଲେ ଯେ ମୁଁ ଶେଷ ଧାଡ଼ିରେ ବସିଥିଲି । ତାଙ୍କର ପର୍ଯ୍ୟବେକ୍ଷଣ କ୍ଷମତା ବହୁତ ତୀବ୍ର ।”