ଉଗାଣ୍ଡା ସରକାର ଏବଂ ଜନସାଧାରଣଙ୍କ ତରଫରୁ ମୁଁ ମହାମହିମ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିକୁ ଜାତୀୟ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି । ଭାରତୀୟଙ୍କ ସହ ଆଫ୍ରିକାର ଲୋକମାନେ ସମାନ ଆକାଂକ୍ଷା ଏବଂ ଲକ୍ଷ୍ୟ ରଖୁଛନ୍ତି । 1947 ମସିହାରେ ଯେତେବେଳେ ଭାରତ ସ୍ୱାଧୀନତା ଲାଭ କଲା, ଆଫ୍ରିକୀୟମାନେ ଉପନିବେଶବାଦୀ ଶାସନର ଅନ୍ତ ପାଇଁ ପ୍ରେରଣା ନେଇଥିଲେ । ଆଜି ସମଗ୍ର ଆଫ୍ରିକାରେ ରାଜନୈତିକ ସ୍ବାଧୀନତା ରହିଛି। ତେଣୁ ଆମେ ଭାରତକୁ ଏକ ରଣନୈତିକ ସହଯୋଗୀ ଭାବେ ସ୍ୱୀକୃତି ଦେଉଛୁ । ଭାରତ ଏବଂ ଉଗାଣ୍ଡାର ଲୋକମାନେ ଶାନ୍ତି ଏବଂ ସମୃଦ୍ଧି ପାଇଁ ମିଳିତ ସ୍ୱାର୍ଥ ରଖୁଛନ୍ତି । ଆମ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆମେ ଏକାଠି କାମ ଜାରି ରଖିବୁ ।