ଚନ୍ଦ୍ରଜିତ ବାନାର୍ଜୀ ,ମହାନିର୍ଦ୍ଧେଶକ,ସିଆଇଆଇ
ବସ୍ତୁ ଓ ସେବାକର (GST) ଦେଶର ଟିକସ ବ୍ୟବସ୍ଥାରେ ସର୍ବବୃହତ ସଂସ୍କାର । ବସ୍ତୁ ଓ ସେବା ଉପରେ ପ୍ରଚଳିତ ବିବିଧ ଅପ୍ରତ୍ୟକ୍ଷ କରର ପ୍ରତିକୂଳ ପ୍ରଭାବକୁ ଏହା ଦୂର କରିବ । ଏଥି ସହ ଏହା ଅନେକ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କର ଓ ଉପକରକୁ ଏକୀକୃତ କରିବ।  ତଦ୍ୱାରା ସାରା ଦେଶକୁ ଏହା ଏକ ଜାତୀୟ ବଜାରରେ ପରିଣତ କରିଦେବ । ଆଗାମୀ ଦିନରେ GST ଅତ୍ୟାବଶ୍ୟକ ସ୍ୱଚ୍ଛତା ଏବଂ ଅଧିକ ନିବେଶ ହାସଲ କରିବାରେ ସହାୟକ ହେବ । ଆମେ ଆଶା କରିପାରିବା ଯେ ଏହା ଭାରତର ସାମଗ୍ରୀକ ଘରୋଇ ଉତ୍ପାଦ (GDP) ରେ କେଇ ଶତକଡା ଅଭିବୃଦ୍ଧି ଘଟାଇପାରିବ ଯାହାକି ଉଚ୍ଚ କର ରାଜସ୍ୱ ଓ ନିବେଶ ମାଧ୍ୟମରେ ହାସଲ କରାଯାଇପାରିବ ।