ନିଧି ଅଗରୱାଲ,ସିଇଓ ଏବଂ ସଂସ୍ଥାପକ, KAARYAH.com
ଷ୍ଟାର୍ଟ ଅପ ଇଣ୍ଡିଆ ଏକ ପ୍ରରୋଚକ ଘଟଣା ଯାହାକି ଦେଶର ଷ୍ଟାର୍ଟ ଅପ ବାତାବରଣକୁ ସମ୍ମୁଖ ଭାଗକୁ ଆଣିପାରିଛି । ଏହା ମଧ୍ୟ ଭାରତୀୟମାନଙ୍କ ଅଭିନବତ୍ୱ ଉପରେ ଆଲୋକପାତ କରୁଛି ଏବଂ ଦେଶରେ ଆମେ ସମ୍ମୁଖୀନ ହେଉଥିବା ବିଶେଷ ସମସ୍ୟାମାନଙ୍କ ସମାଧାନ କରିପାରିଛୁ । ଲୋକମାନଙ୍କୁ ସଶକ୍ତ କରିବା ସହ ଏଭଳି ବାତାବରଣ ସୃଷ୍ଟି ଲାଗି ସରକାରଙ୍କ ପ୍ରତିବଦ୍ଧତା ସମସ୍ତଙ୍କ ମନରେ ଆନନ୍ଦ ପହଞ୍ଚାଇଛି । ବର୍ତ୍ତମାନର ଆବଶ୍ୟକତା ହେଲା କପରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁସୃତ ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା । ମୋର ଦୃଢ଼ ବିଶ୍ୱାସ ଯେ ଆଜିର ଏହି କାର୍ଯ୍ୟକ୍ରମ ହଜାର ହଜାର ଷ୍ଟାଟ ଅପଙ୍କୁ ଉତ୍ସାହିତ କରିବ ଓ ସେମାନେ ସମାଜରେ ଏକ ନୂଆ ପରିବର୍ତ୍ତନ ଆଣିପାରିବେ ।