ସାଫ୍ରା କାଟ୍ଜ୍, ସିଇଓ, ଓରାକଲ୍
ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ (ଅକ୍ଟୋବରରେ ସିଲିକନ ଭ୍ୟାଲିଠାରେ) ଶୁଣିଲି, ମୁଁ ତାଙ୍କ ଆବେଗ, ଆଭିମୁଖ୍ୟ ଏବଂ ପ୍ରଗତ୍ତିର ପର୍ଯ୍ୟାପ୍ତ ସୁଯୋଗକୁ ବୁଝିପାରିଲି । ଏବଂ ପ୍ରଯୁକ୍ତି ଏକ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ, ବାସ୍ତବ ପକ୍ଷେ ଏକ ସମୃଦ୍ଧ ବିଶ୍ୱ ଗଠନ ହୋଇପାରିବ । ମୁଁ ଜାଣିଥିଲି ଯେ ମୁଁ ଭାରତକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବା ପାଇଁ ଓ ତାଙ୍କ ସହ କଥାବାର୍ତ୍ତା ହେବାପାଇଁ । ଏବଂ ଏଇ ପରିବେଶରେ ନିଜକୁ ସମ୍ପୂର୍ଣ୍ଣ ରୂପେ ନମଜ୍ଜିତ କରିଦେବା ଲାଗି । ... ମୁଁ ତ କହିବି ମୁଁ ଅସମ୍ଭବ ଭାବେ ଅଭିଭୂତ ହୋଇଛି ଅନ୍ୟ କେଉଁଠାରେ ଆପଣଙ୍କୁ ଏତେ ଗଭୀର ଓ ବ୍ୟାପକ ଆଭିମୁଖ୍ୟ ମିଳିବ ଏବଂ ଏତେ ସଂଖ୍ୟକ ଉଚ୍ଚଶିକ୍ଷିତ ଲୋକଙ୍କ ସଶକ୍ତ  ବୌଦ୍ଧିକ ଭିତ୍ତିଭୂମି !