ସନ୍ଦୀପ ଅଗରୱାଲ, ସଂସ୍ଥାପକ ଏବଂ ସିଇଓ ,ଡ୍ରୁମ
(ପ୍ରଧାନମନ୍ତ୍ରୀ) ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ  ଭାରତ ଏକ ଆର୍ଥିକ ସାର୍ଦ୍ଦୁଳ ଭାବେ ସୁପରିଚିତ ହୋଇପାରିବ ଏବଂ ଏବେ ସୁଦ୍ଧା ନିଜ ସାମର୍ଥ୍ୟରେ ଅନେକ କିଛି ସଫଳତା ହାସଲ କରିବାର ସମାର୍ଥ୍ୟ ରଖିଛି। ୨-ଟ୍ରିଲିଅନ ଡଲାର କ୍ଷମ ଏହି ଅର୍ଥନୀତି ଉପରେ ବିଶ୍ୱ ତୀକ୍ଷଣ ନଜର ରଖିଛି। ... ପ୍ରଧାନମନ୍ତ୍ରୀ ମଧ୍ୟ ଏଥିସହ ଅନେକଗୁଡିଏ ପ୍ରଯୁକ୍ତି-ଭିତ୍ତିକ କାର୍ଯ୍ୟଯୋଜନା ଆରମ୍ଭ କରିଛନ୍ତି ଯାହାକି ଭାରତର ବିଶାଳ ଆଇଟି କ୍ଷେତ୍ର ପାଇଁ ଖୁସିର କଥା । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀର ଉପରୁ ତାଙ୍କର ପ୍ରଥମ ଅଭିଭାଷଣରେ ପ୍ରଯୁକ୍ତିର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଏହା ହିଁ ଗ୍ରାମାଞ୍ଚଳ-ସହରାଞ୍ଚଳ ମଧ୍ୟରେ ଥିବା  ବୈଷମ୍ୟକୁ ତୁଟାଇପାରିବ । ... ସଂଯୋଗ ସ୍ଥାପନ ଉପରେ ପ୍ରାଧାନ୍ୟ ଦେଇ ସେ କହିଥିଲେ ଯେ ଦେଶବ୍ୟାପୀ ୬ଲକ୍ଷ କିଲୋମିଟର “ବ୍ରଡବ୍ୟାଣ୍ଡ ରାଜପଥ” ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ଅନ୍ୟତମ ପ୍ରିୟ ପ୍ରକଳ୍ପ ହେଲା ଡିଜିଟାଲ ଇଣ୍ଡିଆ । ଦେଶର ପ୍ରତ୍ୟେକ ନାଗରିକଙ୍କୁ ଡିଜିଟାଲ ସାଧନର ସୁବିଧା ଉପଲବଧ କରାଇବା ନିମନ୍ତେ ଉଦ୍ଦିଷ୍ଟ । ଏହାଦ୍ୱାରା ଦେଶଣ ସବୁ ପଞ୍ଚାଯତକୁ ହାଇସ୍ପିଡ ଇଣ୍ଟରନେଟ ଉପଲବଧ ହେବ ... ଷ୍ଟାର୍ଟ ଅପ୍ ଇଣ୍ଡିଆ ଭାରତ ସରକାରଙ୍କର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହା ଦେଶରେ ଷ୍ଟାର୍ଟ ଅପ ପାଇଁ ଏକ ସୁଦୃଢ଼ ବାତାବରଣ ସୃଷ୍ଟି କରିବ ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଷ୍ଟାର୍ଟ ଅପ୍ ଇଣ୍ଡିଆର ପ୍ରସାର ଲାଗି “ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ” କାର୍ଯ୍ୟକ୍ରମ ସହ ଜଡିତ। ଏଥିରୁ ଆମେ ଏକ ସକାରାତ୍ମକ ବାତାବରଣ ଓ ଆର୍ଥିକ ଅଭିବୃଦ୍ଧି ନିଶ୍ଚିତ ରୂପେ ଆଶା କରିପାରିବା ।