ପିଏମଇଣ୍ଡିଆ
କାମ୍ବୋଡିଆ, ଲାଓସ, ମିଆଁମାର ଏବଂ ଭିଏତନାମର ଅର୍ଥବ୍ୟବସ୍ଥାରେ ଭାରତର ଉପସ୍ଥିତି ଦର୍ଶାଇବା ପାଇଁ ପ୍ରକଳ୍ପ ବିକାଶ ପାଣ୍ଠି (ପିଡିଏଫ) ନାମରେ 500 କୋଟି ଟଙ୍କାର ଏକ ପାଣ୍ଠି ଗଠନ ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ...
ବିଦେଶୀ ନିବେଶକଙ୍କୁ ଭାରତରେ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ ସକାଶେ ପ୍ରସ୍ତାବିତ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (CERT-W) ଏବଂ ବ୍ରିଟେନର ସାଇବର ସିକ୍ୟୁରିଟି ସଂସ୍ଥା CERT-UK ମଧ୍ୟରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି ।
ଭାରତ ଓ ମିଆଁମାର ମଧ୍ୟରେ ପାରମ୍ପରିକ ଔଷଧ ବିଜ୍ଞାନ କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସରୋଗେସି (ବ୍ୟବସାୟୀକ ଉଦ୍ଧାର-ଗର୍ଭ) ବିଲ୍, 2016କୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବିଲ୍ ଦେଶରେ ସରୋଗେସି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବ ।
ଆତଙ୍କବାଦୀ/ସାମ୍ପ୍ରଦାୟିକ ଦଙ୍ଗା/ବାମପନ୍ଥୀ ଉଗ୍ରବାଦ ହିଂସା ଓ ସୀମାପାର ଗୁଳିକାଣ୍ଡ ଓ ମାଇନ/IED ବିସ୍ଫୋରଣରେ ପ୍ରାଣ ହରାଉଥିବା ସାଧାରଣ ଜନତାଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରସ୍ତାବିତ ଯୋଜନାକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି ।
ଭାରତ ଓ ଫିଜି ମଧ୍ୟରେ ସ୍ୱାକ୍ଷରିତ ବିମାନ ସେବା ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ସ୍ୱୀକୃତି ମିଳିଛି । ଏହି ରାଜିନାମା ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ରାଜିନାମାର ଉନ୍ନତିକରଣ ।
ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀମାନଙ୍କରେ ବୈଦେଶିକ ପୁଞ୍ଜି ନିବେଶ ନିୟମକୁ ସଂଶୋଧନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ସଂସଦରେ କାରଖାନା (ସଂଶୋଧନ) ବିଲ୍ 2016 ପ୍ରବର୍ତ୍ତକ ପୂର୍ବକ କାରଖାନା ଆଇନ 1948 ର ଧାରା-64 ଏବଂ ଧାରା–65ରେ ସଂଶୋଧନ ଏବଂ ଏହି ଆଇନର ଧାରା–115ର ପରିଣାମକ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କେବିନେଟ କାର୍ଯୋତ୍ତର ମଞ୍ଜୁରି ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (10.08.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଲୋକପାଳ ଓ ଲୋକାୟୁକ୍ତ (ସଂଶୋଧନ) ବିଲ୍, 2013 ର ଧାରା-44 ରେ ସଂଶୋଧନକୁ କାର୍ଯୋତ୍ତର ମଞ୍ଜୁରି ମିଳିବା ସହ ଲୋକପାଳ ଓ ଲୋକାୟୁକ୍ତ (ସଂଶୋଧନ) ...